Categories: ଖେଳ

ମହିଳା ଫିଫା ବିଶ୍ୱକପ୍‌: ସେମିରେ ଆମେରିକା-ଇଂଲଣ୍ଡ

ପ୍ୟାରିସ,୨୯।୬(ଏଏଫ୍‌ପି)- ମେଗନ ରାପିନୋଙ୍କ ଡବଲ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ୨-୧ ଗୋଲରେ ଫ୍ରାନ୍ସକୁ ହରାଇ ଦେଇଛି। ପାର୍କ ଡେସ ପ୍ରିନ୍ସେସ ଷ୍ଟାଡିୟମରେ ଆୟୋଜିତ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରମ୍ଭରୁ ଆମେରିକା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦଳକୁ ୫ମ ମିନିଟ୍‌ରେ ମିଳିଥିବା ଫ୍ରି କିକ୍‌କୁ ମେଗନ ଗୋଲରେ ପରିଣତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଆମେରିକା ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ତଥା ୬୫ତମ ମିନିଟ୍‌ରେ ଟବିନ ହେଥଙ୍କଠାରୁ ମିଳିଥିବା ପାସ୍‌ରୁ ମେଗନ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଏହାର ୧୬ ମିନିଟ୍‌ ପରେ ଓ୍ବେଣ୍ଡି ରେନାର୍ଡଙ୍କ ହେଡର ଜରିଆରେ ଫ୍ରାନ୍ସ ଗୋଟିଏ ଗୋଲ ପରିଶୋଧ କରିଥିଲା। ଏହାପରେ ମ୍ୟାଚ୍‌କୁ ବରାବର କରିବା ଲାଗି ଆୟୋଜକ ଦଳର ଖେଳାଳିମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଏଥିସହ ପୁରୁଷ ଦଳ ଭଳି ଫ୍ରାନ୍ସର ମହିଳା ବିଶ୍ୱକପ୍‌ ଜିତିବା ଆଶା ଧୂଳିସାତ ହୋଇଛି। ଜିଲ୍‌ ଏଲିସଙ୍କ ନେତୃତ୍ୱାଧୀନ ଆମେରିକା ସେମିଫାଇନାଲରେ ଇଂଲଣ୍ଡକୁ ଲିଓନଠାରେ ମଙ୍ଗଳବାର ଭେଟିବ। ମେଗନ ଏବେ ୫ ଗୋଲ ସହ ଚଳିତ ବିଶ୍ୱକପ୍‌ର ମିଳିତ ସର୍ବାଧିକ ଗୋଲ ସ୍କୋରର। ଏଥିପୂର୍ବରୁ ସ୍ପେନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଡବଲ ଗୋଲ ଦେଇଥିଲେ।

Share