Categories: ଖେଳ

ମହିଳା ଫୁଟ୍‌ବଲ ପ୍ରସ୍ତୁତି ଶିବିରରେ ଜବାମଣୀ, ସୋନୀ

ନୂଆଦିଲ୍ଲୀ, ୨୧।୧୧ (ପି.ଟି.)- କାଠମାଣ୍ଡୁଠାରେ ଡିସେମ୍ବର ୧ରୁ ସାଉଥ୍‌ ଏସିଆନ ଗେମ୍ସ (ସାଗ୍‌) ପ୍ର୍‌ତିଯୋଗିତା ଆରମ୍ଭ ହେବ। ଏଥିଲାଗି ଭାରତୀୟ ମହିଳା ଫୁଟ୍‌ବଲ ଦଳର ପ୍ରସ୍ତୁତି ଶିବିର ଲାଗି ବୁଧବାର ୩୦ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। କୋଚ୍‌ ମେମୋଲ ରକିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଜବାମଣୀ ଟୁଡୁ ଓ ସୋନୀ ବେହେରା। ରକିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୧୦ ଦିନିକିଆ କ୍ୟାମ୍ପ୍‌ କୋଲକାତାଠାର ଆରମ୍ଭ ହୋଇଛି। ‘ଏହି କ୍ୟାମ୍ପରେ ଅନେକ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ଆଗାମୀ ୧୦ ଦିନ ମଧ୍ୟରେ ସେମାନଙ୍କୁ ନଜର ପକାଇ ଫାଇନାଲ୍‌ ଦଳ ପାଇଁ ପ୍ରସ୍ତୁତ କରିବି। ଏହି ୩୦ ଜଣିଆ ଦଳରେ ଡାଲିମା ଚିବର ଓ ସନ୍ଧ୍ୟା ରଙ୍ଗନାଥନ ସ୍ଥାନ ପାଇଛନ୍ତି। ଫଳର ଜାତୀୟ ଦଳକୁ ଏହି ଦୁଇ ଖେଳାଳି ପ୍ରତ୍ୟାବର୍ତ୍ତନ କରିଛନ୍ତି। ସାଗ୍‌ ଚାମ୍ପିୟନଶିପ୍‌ରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଦଳ ରହିଛି। ୨୦୧୬ରେ ଖେଳାଯାଇଥିବା ଅନ୍ତିମ ସଂସ୍କରଣର ଫାଇନାଲରେ ଭାରତ ୪-୦ ଗୋଲରେ ନେପାଳକୁ ପରାସ୍ତ କରିଥିଲା।

Share