Categories: ଖେଳ

ମହିଳା ବକ୍ସିଂ ଆଇକନ ଆଡାମ୍ସଙ୍କ ଅବସର

ଲଣ୍ଡନ,୬।୧୧(ଏଏଫ୍‌ପି): ଦୁଇ ଥର ଅଲିମ୍ପିକ୍‌ ଚାମ୍ପିୟନ ନିକୋଲା ଆଡାମ୍ସ ବୁଧବାର ଅନ୍ତର୍ଜାତୀୟ ବକ୍ସିଂରୁ ଅବସର ନେଇଛନ୍ତି। ଦୃଷ୍ଟି ଜନିତ ସମସ୍ୟା ଯୋଗୁ ୩୭ବର୍ଷୀୟା ବ୍ରିଟେନ ବକ୍ସର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ବିଶ୍ୱର ପ୍ରଥମ ମହିଳା ଭାବେ ଫ୍ଲାଇଓ୍ବେଟ କାଟେଗୋରୀରେ ଅଲିମ୍ପକ୍‌ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପାଇଥିଲେ। ନିଜକୁ କମ୍‌ବ୍ୟାକ୍‌ କିଡ୍‌ କହୁଥିବା ଆଡାମ୍ସ ୨୦୧୫ରେ କାନ୍ଧରେ ଅସ୍ତ୍ରୋପଚାର ପରେ ପ୍ରଥମ ୟୁରୋପିଆନ ଜେମ୍ସ ଟାଇଟଲ ଜିତିଥିଲେ। ଦୃଷ୍ଟିଜନିତ ସମସ୍ୟା ଯୋଗୁ ହ୍ୟାଟ୍ରିକ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ହାତେଇବା ଆଶା ତ୍ୟାଗ କରିଥିବା କହିଛନ୍ତି। ୟର୍କଶାୟର ଇଭିନିଂ ପୋଷ୍ଟ ନାମକ ଏକ ସ୍ଥାନିୟ ଖବରକାଗଜକୁ ପଠାଇଥିବା ଏକ ପତ୍ରରେ ଲେଖିଛନ୍ତି, ଡାକ୍ତରଙ୍କ ପରାମର୍ଶ କ୍ରମେ ଅବସର ନିଷ୍ପତ୍ତି ନେଇଛି। ବକ୍ସିଂ ଜାରି ରଖିବା ଦ୍ୱାରା ମୋ ଦୃଷ୍ଟି ଶକ୍ତି ସବୁଦିନ ପାଇଁ ଚାଲିଯିବା ଆଶଙ୍କା ଥିବା ଡାକ୍ତର କହିଥିଲେ। ଆଡାମ୍ସ ରିଓ ଅଲିମ୍ପିକ୍ସରେ ନିଜ ଟାଇଟଲ ସଫଳତାର ସହ ବଜାୟ ରଖିଥିଲେ। ୨୦୧୮ରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ଦେଶ ପାଇଁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇଥିବାରୁ ମୁଁ ଗର୍ବିତ। ଦୁଇ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଓ ଡବ୍ଲ୍ୟୁବିଓ ଚାମ୍ପିୟନଶିପ୍‌ ଜିତିବା ମୋ ପାଇଁ ସ୍ବପ୍ନ ସତ ହେଲା ଭଳି ଘଟଣା। କିନ୍ତୁ ମୋ ଶରୀର ମୋତେ ଆଉ ଅନୁମତି ଦେଉ ନାହିଁ।

Share