ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଏକ ଭଡାଘରୁ ଗୁରୁବାର ସକାଳୁ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ରଞ୍ଜିତା ରାଓ। ତାଙ୍କ ଘର ନବରଙ୍ଗପୁର ଜିଲାରେ ବୋଲି ଜଣାପଡିଛି। ସେ ଅଶୋନଗର ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ରଞ୍ଜିତା ଅବିବାହିତ ଥିଲେ। ବରମୁଣ୍ଡା ହାଉସିଂବୋର୍ଡର ଏମଆଇଜି-୫୧ ଭଡାଘରେ ନିଜ ମାଆବାପାଙ୍କ ସହ ରହୁଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share