ମହିଳା ଭକ୍ତଙ୍କୁ ଜେଟିପିଙ୍କ ଦୁର୍ବ୍ୟବହାର

ପୁରୀ ଅଫିସ, ୮ା୧୧:ଶ୍ରୀମନ୍ଦିରରେ ସୋମବାର ଜଣେ ହବିଷିଆଳିଙ୍କୁ ପୋଲିସ କର୍ମଚାରୀ ମାଡ ମାରିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଜଣେ ବୃଦ୍ଧାଙ୍କୁ ଶ୍ରୀମନ୍ଦିର ପୋଲିସ (ଜେଟିପି) ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧାଙ୍କ ଝିଅ ସମ୍ପୃକ୍ତ ଜେଟିପିଙ୍କ ନାମରେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର ଗଞ୍ଜାମର ଲକ୍ଷ୍ମୀଶ୍ରୀୟା ପାଣିଗ୍ରାହୀ ତାଙ୍କ ମା’ଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ଏହି ସମୟରେ ବାହାରକାଠ ନିକଟରେ ତାଙ୍କ ମା’ଙ୍କୁ ଜଣେ ଜେଟିପି ତୁମ କାର୍ଯ୍ୟ ପାଇଁ ବିଧବା ହୋଇଯାଇଛି ବୋଲି କହି ଗାଳି ଦେବା ଓ ଦୁର୍ବ୍ୟବହାର କରିବା ସହ ଧକ୍କା ମାରିଥିବା ଅଭିଯୋଗ ହୋଇଛି।

Share