ମହିଳା ମାଓବାଦୀଙ୍କ ଆମତ୍ସମର୍ପଣ

ମାଲକାନଗିରି, ୨୧।୧(ଡି.ଏନ.ଏ)-ମାଲକାନଗିରି ଜିଲା ପୋଲିସ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ରିଷିକେଶ ଡି. ଖିଲାରୀଙ୍କ ନିକଟରେ ମଙ୍ଗଳବାର ଜଣେ ମହିଳା ମାଓବାଦୀ ଆମତ୍ସମର୍ପଣ କରିଛି। ସେ ହେଲେ ଆଡମେ ମାଡ଼କାମି। ତାଙ୍କ ଘର ମାଥିଲି ଥାନା ଅନ୍ତର୍ଗତ କମାରପାଲ୍ଲୀ ଗ୍ରାମରେ ବୋଲି ଜଣାପଡ଼ିଛି ା ସେ ଗତ ୨୦୧୫ରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ଅଧୀନରେ ଥିବା ଦରଭା ଡିଭିଜନର ମହୁପଦର ଏଲଓଏସର ପାର୍ଟି ମେମ୍ବର ଭାବେ କାର୍ଯ୍ୟରତ ଥିଲେ। ସେ ଗତ ୨୦୧୫ରେ ଦଣ୍ଡିପଦର ଗ୍ରାମର ଭୀମା ମାଡ଼କାମିଙ୍କୁ ହତ୍ୟା, ୨୦୧୭ରେ ଜନ୍ଦ୍ରାଗୁଡ଼ା ଗ୍ରାମର ମୁୟା କବାସୀଙ୍କୁ ହତ୍ୟା, ୨୦୧୮ରେ ଖଟୁଆପଦର ଗ୍ରାମର ପରଦେଶୀ ଦୁରୁଆଙ୍କୁ ହତ୍ୟା, ୨୦୧୮ରେ ଲୁଲେର ନିକଟରେ ରାସ୍ତା କାମରେ ନିୟୋଜିତ ରୋଲର ପୋଡ଼ି, ୨୦୧୮ରେ ଡଲଡଲି ଗ୍ରାମ ନିକଟର ପୋଲିସ ସହ ଗୁଳିବିନିମୟ ଓ ମହୁପଦର ନିକଟରେ ପୋଲିସ ସହ ଗୁଳି ବିନିମୟ ଘଟଣାରେ ଜଡ଼ିତ ଥିବା ଜଣାପଡ଼ିଛି। ତାଙ୍କ ନାମରେ ରାଜ୍ୟ ସରକାର ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲୋ ମାଓବାଦୀ ନେତା ମହିଳା କ୍ୟାଡରଙ୍କ ପ୍ରତି ଅତ୍ୟାଚାର କରୁଥିବା ସହ ଦଳରେ ରହି କୌଣସି ସୁବିଧା ହେଉ ନ ଥିବା, ଟେମୁରୁପାଲ୍ଲୀ ଓ ମହୁପଦରରେ ପୋଲିସର କ୍ୟାମ୍ପ ପ୍ରତିଷ୍ଠା ଯୋଗୁ ମାଓବାଦୀଙ୍କୁ ସମସ୍ୟା ସୃଷ୍ଟି ସମେତ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ସେ ଆମତ୍ ସମର୍ପଣ କରିଥିବା ଆରକ୍ଷୀ ଅଧୀକ୍ଷକ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଆମତ୍ସମର୍ପଣ ନୀତି ଓ ଥଇଥାନ ନୀତି ଅନୁଯାୟୀ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବା ସହ ଘର, ପାଠପଢ଼ା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ ବୋଲି ଏସ.ପି. ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଏସଏଫର କମାଣ୍ଡାଣ୍ଟ ଏ.କେ. ଆର୍ଯ୍ୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Share