Categories: ଖେଳ

ମହିଳା ରେସ୍‌ଲିଂ କୋଚ୍‌ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ, ୨୧ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଲକ୍ଷ୍ନୌ ଓ ସୋନେପତ୍‌ଠାରେ ଚାଲିଥିବା ଜାତୀୟ କ୍ୟାମ୍ପ୍‌କୁ ବର୍ତ୍ତମାନ ପାଇଁ ବନ୍ଦ କରିଦେବା ଲାଗି ଜାତୀୟ ମହାସଂଘ ନିଷ୍ପତ୍ତି ନେଇଛି। ଫଳସ୍ବରୂପ ଭାରତୀୟ ମହିଳା ରେସ୍‌ଲିଂ ଟିମ୍‌ର ବିଦେଶୀ କୋଚ୍‌ ଆଣ୍ଡ୍ର୍ୟୁ କୁକ୍‌ ନିଜ ଦେଶ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କୁକ୍‌ ଲକ୍ଷ୍ନୌସ୍ଥିତ ସାଇ ସେଣ୍ଟର ସହିତ ଜଡ଼ିତ ଥିଲେ। ହୋଲି ପରେ ଅଧିକାଂଶ ରେସ୍‌ଲର ରିପୋର୍ଟ କରି ନ ଥିଲେ। ୪ରୁ ୫ ରେସ୍‌ଲର ସେଠାରେ ତାଲିମ ନେଉଥିଲେ। ଜ୍ୱରରେ ପୀଡ଼ିତ ଥିବାରୁ ସେଠାରେ ନିଯୁକ୍ତ ଭାରତୀୟ କୋଚ୍‌ କୁଲଦୀପ ମଲିକ ହରିୟାଣାସ୍ଥିତ ନିଜ ବାସସ୍ଥାନକୁ ଫେରି ଯାଇଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ କାରଣରୁ ଇରାନର ହୋସେନ କରିମି ତାଙ୍କ କାର୍ଯ୍ୟକାଳ ଅଧାରୁ ପଦତ୍ୟାଗ କରି ଚାଲିଯିବା ପରଠାରୁ ଭାରତୀୟ ପୁରୁଷ ଦଳ ପାଇଁ ଜଣେ ହେଲେ ବିଦେଶୀ କୋଚ୍‌ ନିଯୁକ୍ତ ହୋଇ ପାରିନାହିଁ। କରୋନା ଭାଇରସ୍‌ ଆତଙ୍କ ଯୋଗୁ କ୍ୟାମ୍ପକୁ ବନ୍ଦ କରି ଦିଆଯାଇଥିବାରୁ ମୁଁ ବର୍ତ୍ତମାନ ନିଜକୁ ଏକା ଅନୁଭବ କରୁଛି। ତେଣୁ ନିଜ ଦେଶକୁ ଫେରିଯାଉଛି ବୋଲି କୁକ୍‌ କହିଛନ୍ତି।

Share