ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ ୭୨ ଦିନ ହେବ ବିଭିନ୍ନ ଦାବିକୁ ନେଇ ଧାରଣାରେ ବସିଥିବା ଶାହିନ୍‌ ଖାନ୍‌ ନାମ୍ନୀ ଏହି ମହିଳା ଜଣଙ୍କ ସାର୍ବଜନୀନ ଭାବେ ଲଣ୍ଡା ହେବା ପରେ କହିଛନ୍ତି, ନିର୍ବାଚନ ପରେ ସରକାର ଅତିଥି ଶିକ୍ଷୟତ୍ରୀଶିକ୍ଷକଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇନାହିଁ। ଏହାକୁ ନେଇ ୭୨ ଦିନ ହେବ ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି। ଆମେ ପିଲାଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଚେଷ୍ଟା କରୁଛୁ କିନ୍ତୁ ସରକାର ଆମ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି। ଯେଉଁ ପର୍ଯ୍ୟନ୍ତ ସରକାର ଲିଖିତ ଆକାରରେ ପ୍ରତିଶ୍ରୁତି ପାଳନ କରିବାର ଅର୍ଡର ନ ଦେବେ ସେପର୍ଯ୍ୟନ୍ତ ଆମେ ଧାରଣାରେ ବସିରହିବୁ ବୋଲି ଶାହିନ କହିଛନ୍ତି।

Share