Advertisement

‘ମହିଳା ସୁଦୃଢ଼ ହେଲେ ଦେଶ ଆଗକୁ ଯିବ’

ଆନନ୍ଦପୁର,୮।୩(ସ୍ବ.ପ୍ର.): ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆନନ୍ଦପୁର ପୌରପରିଷଦ ଫକୀରପୁର ହାଟ ପଡ଼ିଆରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କ ଉନ୍ନତି ନିମନ୍ତେ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ମହିଳାମାନେ ସୁଦୃଢ଼ ହେଲେ ଦେଶ ଆଗକୁ ଯିବ ବୋଲି କହିଥିଲେ। ଏହି ସମାବେଶରେ କେନ୍ଦୁଝର ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ମମତା ନାଇକ, ହାଟଡିହୀ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ସେଠୀ ପ୍ରମୁଖ ଯୋଗଦେଇ ମହିଳାଙ୍କ ଉନ୍ନତି, ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ। ଏହି ସମାବେଶରେ ଆନନ୍ଦପୁର ଉପଖଣ୍ଡର ବହୁ ସଂଖ୍ୟାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ବିଭିନ୍ନ ନାରୀ ସଂଗଠନର କର୍ମକର୍ତ୍ତା, ସଦସ୍ୟମାନେ ଯୋଗଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share