ଲଣ୍ଡନ,୬।୬: ମହିଳା ଚେଲସି ଏଫ୍ସି ଏଥର ମହିଳା ସୁପର ଲିଗ୍ର ଚାମ୍ପିୟନ ଘୋଷିତ ହୋଇଛି। ଗତମାସ ୨୦୧୯-୨୦ ସେସନକୁ କୋଭିଡ୍-୧୯ ମହାମାରୀ କାରଣରୁ ବାତିଲ କରାଯାଇଛି। ଫଳରେ ‘ପଏଣ୍ଟ ପର ଗେମ୍’ ରେକର୍ଡକୁ ଦୃଷ୍ଟିରେ ରଖି ମଞ୍ଚେଷ୍ଟର ସିଟିକୁ ପଛରେ ପକାଇ ଚେଲସି ଚାମ୍ପିୟନ ଘୋଷିତ ହୋଇଛି। ସେହିପରି ଗତଥର ଚାମ୍ପିୟନ ଆର୍ସେନାଲ ତୃତୀୟ ସ୍ଥାନରେ ରହିଛି। ମାଞ୍ଚେଷ୍ଟର ସିଟି ଗୋଟିଏ ଅଧିକ ପଏଣ୍ଟ ପାଇଥିଲେ ମଧ୍ୟ ମାର୍ଚ୍ଚରେ ସେସନ ସସ୍ପେଣ୍ଡ ହେଲା ବେଳକୁ ଗୋଟିଏ ଅତିରିକ୍ତ ମ୍ୟାଚ୍ ଖେଳିଥିଲା। ଲିଗ୍ ମୋଟ୍ ଉପରେ ଆଉ ୭ଟି ମ୍ୟାଚ୍ ଖେଳାଯିବାକୁ ବାକି ରହିଥିବା ବେଳେ ଫଳରେ ଚେଲସି ଲାଭବାନ ହୋଇଥିଲା। ଏହା ପୂର୍ବରୁ ଚେଲ୍ସି ୨୦୧୮ରେ ଟାଇଟଲ ହାସଲ କରିଥିଲା। ଏବେ ଚେଲ୍ସି ସହିତ ମାଞ୍ଚେଷ୍ଟର ସିଟି ଚାମ୍ପିୟନ୍ସ ଲିଗ୍ ଖେଳିବାକୁ ଯୋଗ୍ୟାତ ହାସଲ କରିଛି। ମହିଳା ସୁପର ଲିଗ୍ରେ ଆର୍ସେନାଲ ଓ ଚେଲସି ସର୍ବାଧିକ ୩ଟି ଲେଖାଏ ଟାଇଟଲ ଜିତିଛନ୍ତି। ଏହାପୂବରୁ ଚେଲସି ୨୦୧୫, ୨୦୧୭-୧୮, ୨୦୧୯-୨୦ରେ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୪ ଓ ୨୦୧୬ରେ ରନର୍ସଅପ୍ ବିବେଚିତ ହୋଇଥିଲା।