Categories: ଖେଳ

ମହିଳା ହକି: ଭାରତ- ବ୍ରିଟେନ ମ୍ୟାଚ୍‌ ଡ୍ର

ମାର୍ଲୋ (ଇଂଲଣ୍ଡ), ୩୦।୯ (ପି.ଟି.)- ୟୁକେ ଗସ୍ତରେ ଯାଇଥିବା ଭାରତୀୟ ମହିଳ ହକି ଦଳ ତା’ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଗ୍ରେଟ ବ୍ରିଟେନ୍‌ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଛି। ରବିବାର ଏଠାରେ ଅନୁଷ୍ଠିତ ଏହି କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ବ୍ରିଟେନ ତରଫରୁ ଗୋଲ ସ୍କୋର ହୋଇଥିଲା ଓ ଘରୋଇ ଦଳ ୧-୦ରେ ଅଗ୍ରଣୀ ହୋଇଥିଲା। ତେବେ ତୃତୀୟ କ୍ୱାର୍ଟରରେ ୩୨ତମ ମିନିଟ୍‌ରେ ଲାଲରେମସିଆମି ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନସ୍ତରକୁ ଆଣିଥିଲେ। ଭାରତ ପ୍ରଥମ ଦୁଇଟି ମିନିଟ୍‌ରେ ଦୁଇ ପେନାଲ୍ଟି କର୍ନର ପାଇଥିଲେ ଗୋଲରେ ପରିଣତ କରିପାରି ନ ଥିଲା। ଏହାପରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳି ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ସମ୍ଭବ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଡ୍ର ରହିଥିଲା। ୧ ତାରିଖ ମଙ୍ଗଳବାର ଭାରତ ଓ ବ୍ରିଟେନ ତୃତୀୟ ମ୍ୟାଚ୍‌ରେ ମୁହଁାମୁହିଁ ହେବେ।

Share