Categories: ଖେଳ

ମହିଳା ହକି ସିରିଜ୍‌: ବୃହତ୍‌ ବିଜୟ ସହ ଭାରତୀୟ ଦଳର ଅଭିଯାନ ଆରମ୍ଭ

ଅକ୍‌ଲାଣ୍ଡ,୨୫।୧(ପି.ଟି.)- ଅଧିନାୟିକା ରାଣୀ ରାମ୍‌ପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୪-୦ ଗୋଲର ବୃହତ୍‌ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ପାଇଁ ରାଣୀ ଡବଲ ଗୋଲ ଦେଇଥିବାବେଳେ ଶର୍ମିଲା ଓ ଓଡ଼ିଶାର ନମିତା ଟପ୍ପୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ମ୍ୟାଚ୍‌ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ ମ୍ୟାଚ୍‌ର ପ୍ରଥମ ଗୋଲ ତୃତୀୟ କୋର୍ଟରରେ ଦେଖିବାକୁ ମିଳିଥିଲା। ଅଧିନାୟିକା ରାଣୀ ଦଳୀୟ ଖାତା ଖୋଲିଥିଲେ। ପୂରା କ୍ୱାର୍ଟରରେ ଦଳ କ୍ରମାଗତ ପେନାଲ୍ଟି କର୍ନର ହାସଲ କରିଥିଲା। କିନ୍ତୁ ସବୁ ବେକାର ସାବ୍ୟସ୍ତ ହୋଇଥିଲା। ଯୁବା ଶର୍ମିଲା ଭାରତୀୟ ଦଳର ଅଗ୍ରଣୀ ବ୍ୟବଧାନକୁ ଦୁଇ ଗୁଣିତ କରିଥିଲେ। ଚତୁର୍ଥ କ୍ୱାର୍ଟରରେ ଅଧିନାୟିକା ରାଣୀ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଓଡ଼ିଆ ଖେଳାଳି ନମିତା ଚତୁର୍ଥ ତଥା ଅନ୍ତିମ ଗୋଲ ସ୍କୋର କରିଥିଲେ। ଆରମ୍ଭରୁ ଆମେ ସଂଘର୍ଷ କରିଥିଲୁ। ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ଖେଳକୁ ନିୟନ୍ତ୍ରିଣକୁ ଆଣି ସୁଯୋଗ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲୁ। ଅନ୍ତିମ ଦୁଇ କ୍ୱାର୍ଟରରେ ଘରୋଇ ଦଳ ଅତ୍ୟଧିକ ଚାପ ପକାଇଥିଲା। ଏହାକୁ ଖାତିର ନ କରି ଆଟାକିଂ ଖେଳ ଜାରି ରଖିଥିଲୁ ବୋଲି ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି।

Share