ବର୍ଲିନ୍,୮।୩: ମହୁମାଛିର ବି ଗଣିତ ଜ୍ଞାନ ରହିଛି। ଦୁଇଟି ସଂଖ୍ୟା ମଧ୍ୟରେ କେଉଁଟି ବଡ଼ ଏବଂ କିଏ ସାନ ତାହା ମହୁମାଛି ଜାଣିପାରିଥାଏ। ଏନେଇ ଜର୍ମାନୀର କୋଲୋଜେନ୍ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମହୁମାଛି ଦୁଇଟି ପଦାର୍ଥ ମଧ୍ୟରେ ତୁଳନାତ୍ମକ ପାର୍ଥକ୍ୟ ଜାଣିପାରିଥାଏ ବୋଲି କମ୍ପ୍ୟୁଟେଶନାଲ ସିଷ୍ଟମ ନ୍ୟୁରୋସାଇନ୍ସ୍ ବିଭାଗର ପ୍ରଫେସର ଡ. ମାର୍ଟିନ୍ ପାଉଲ୍ ନାଓ୍ବରୋଟ୍ ଏବଂ ହାନେସ୍ ରାପ୍ପା ସୂଚନା ଦେଇଛନ୍ତି। ଏହା ସହିତ ମହୁମାଛି ଭିନ୍ନ ଭିନ୍ନ ଆକାର ମଧ୍ୟରେ ପାର୍ଥକ୍ୟ ସହଜରେ ଜାଣିପାରିଥାଏ। ତ୍ରିକୋଣ, ଗୋଲାକାର, ୬ଟି ଏବଂ ୪ଟି ବାହୁଥିବା ଜ୍ୟାମିତିକ କ୍ଷେତ୍ର ମଧ୍ୟରେ ଥିବା ପାର୍ଥକ୍ୟ ମହୁମାଛି ସହଜରେ ଜାଣିପାରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ତେବେ ଏନେଇ ଅଧିକ ଗବେଷଣା ଜାରି ରହିଥିବା ମାର୍ଟିନ୍ ପାଉଲ୍ କହିଛନ୍ତି।