Advertisement

ମହୁମାଛି ଆକ୍ରମଣରେ ଜୀବନ ଗଲା

ଦେବଗଡ଼,୨୨ା୪(ଡି.ଏନ.ଏ.): ଦେବଗଡ ସହରର ମିରଗିଡିଆ ସାହିର ଅର୍ଜୁନ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ନିଜର କେତେକ ସାଥୀଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ଥିବା ମହୁମାଛି ଆକ୍ରମଣ କରିବାରୁ ଅର୍ଜୁନ ଗୁରୁତର ହୋଇପଡିଥିଲେ। ସନ୍ଧ୍ୟାରେ ଘରକୁ ଫେରି ତାଙ୍କୁ ମହୁମାଛି ଆକ୍ରମଣ କରିଥିବା ପରିବାର ଲୋକଙ୍କୁ ଜଣାଇବା ସହ ସେ ଘରେ ଶୋଇପଡିଥିଲେ। ବୁଧବାର ସକାଳେ ନ ଉଠିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ଦେବଗଡ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବେଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel