Categories: କନ୍ଧମାଳ

ମହୁଲପଡ଼ା-ରଏନପଡ଼ା ଯୋର ପୁଲିଆ କାମ୍‌: ୮ ବଛର ହେଲା ଦରଖଁଡ଼ିଆ ହେଇ ପଡ଼ିଛେ

 

କେସିଙ୍ଗା, ୭।୩ (ଡି.ଏନ.ଏ)-
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ପରଲସିଙ୍ଗା ପଁଚେତ୍‌ ମହୁଲପଡ଼ାରୁ ରଏନପଡ଼ା ମଝିରେ ଗୁଟେ ଯୋର ରହିଛେ। ଯେନ୍‌ଥିରଲାଗି ଗଁାବାସୀ ଇ ରାସ୍‌ତାରେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ଆଏଜ୍‌ ବି ରଏନପଡ଼ାବାସୀ ବରଷା ଦିନେ ବଡ଼ା ଦହଗଁଜ୍‌ରେ ପରଲସିଙ୍ଗା ଗଁା ବାଟେ କେସିଙ୍ଗାକେ ଯିବାର ଆଏବାର କରୁଛନ୍‌। ଗଁାବାସୀକର ଇ ସମସିଆକେ ଦୂର କରବାର ଲାଗି ଗଲା ୯ ମାର୍ଚ୍ଚ ୨୦୧୨ରେ କେସିଙ୍ଗା ବ୍ଲକ ତରଫୁ ଯୋରରେ ୩ ଲାଖ୍‌ ଟଁକା ଖରଚ୍‌ ଅଟକଲରେ ଗୁଟେ ପୁଲିଆ ତିଆରି କାମ୍‌ ମୂଲ ହେଇଥିଲା। କାମ୍‌ ମୂଲ ହେବାର ଆଏଜ୍‌କେ ୮ ବଛର ବିତିଯାଇଛେ। ହେଲେ ଆଏଜ୍‌ ବି ପୁଲିଆ ଦରଖଁଡ଼ିଆ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀକର ଦୁଖ୍‌ ଦୂର ନାଇଁ ହେଇପାରି। ଇ ପୁଲିଆ ତିଆର ହେଲେ ଅଂଚଲବାସୀ ଉମରମାଲ, ସିରୋଲ ହେଇ କେସିଙ୍ଗା, ଭବାନୀପାଟଣାକେ ସିଧାସଲଖ ଯାଆସ କରିପାରବେ। ହେଲେ ଆଏଜ୍‌କେ ୮ ବଛର ବିତିଯାଇଥିଲେ ବି ବ୍ଲକ ପରଶାସନ ଇ ପୁଲିଆ କାମ୍‌ ପୂରା କରବାରେ ବିଫଲ ହେଇଛେ। ପଡ଼ାବାସୀ ସମସିଆର ସମାଧାନ ଲାଗି ଅନେକ ଥର ବ୍ଲକକେ ଯାଇଆସି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ପୁଲିଆ ତିଆର ଲାଗି ଯେନ୍‌ ଠିକାଦାରକୁ ଦାଇତିଅ ଦିଆଯାଇଥିଲା ସେ ବ୍ଲକ କରମ୍‌ଚାରୀକଁର ସଂଗେ ସଲାସୁତ୍‌ରା କରି ୩ ଲାଖ୍‌ ଟଁକା ଖାଇ ଦେଇଥିବାର ଗଁାବାସୀ କହିଛନ୍‌। ଇ ବାବ୍‌ଦେ ପୂରବର କନିଷ୍ଠ ଯନ୍ତ୍ରୀ ବେହେରା ବାବୁକୁଁ ପଚ୍‌ରାଲାରୁ ଠିକାଦାର କାମ୍‌ ପୂରା ନାଇଁ କରି। ସେଥିରଲାଗି ମୁଇଁ ବିଲ୍‌ ନାଇଁ କରି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ପରଲସିଙ୍ଗା ପିଇଓ କଲ୍ୟାଣ ସାହୁକୁଁ ପଚ୍‌ରାଲାରୁ ୮ ବଛର ତଲର କଥା ମୋର ସୋର ନଁାଇଁନ ବଲି ସେ କହିଥିଲେ।