ମହୁଲ ଗୋଟାଇବାକୁ ଯାଇଥିବା ବୃଦ୍ଧାଙ୍କ ବଜ୍ରପାତରେ ଜୀବନ ଗଲା

ବାମରା,୨୨।୪(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ସଗରା ପଞ୍ଚାୟତ ମୁଣ୍ଡଲେସା ଗାଁର ନେଗି କୁଜୁରଙ୍କ ସ୍ତ୍ରୀ ତାସରି କୁଜୁର (୬୨)ଙ୍କ ବଜ୍ରପାତରେ ଜୀବନ ଯାଇଛି। ସେ ଭୋରରୁ ଘରଠାରୁ ପ୍ରାୟ ୧ କିମି ଦୂରକୁ ମହୁଲ ଗୋଟେଇବାକୁ ଯାଇଥିଲେ। ହେଲେ ଏହି ସମୟରେ ହଠାତ ଘଡ଼ଘଡି ସହ ଅଚାନକ ପ୍ରବଳ ବର୍ଷା ହୋଇଥିଲା। ଏଣୁ ସେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ହେଲେ ବଜ୍ରପାତରେ ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାମରା ଡାକ୍ତରଖାନାକୁ ପଠାଇଥିଲେ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Share