Advertisement

ମହୁଲ ପୋଚ ସହ ରନ୍ଧା ମଦ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୪।୪(ଡି.ଏନ୍‌.ଏ.)-କଳାହାଣ୍ଡି ଜୁନାଗଡ ବ୍ଲକ ହରଡଗୁଡା ଗ୍ରାମ ନିକଟ ନଦୀକୂଳରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଥିଲା। ସେଠାରେ ଖାନ୍‌ତଲାସୀ ପରେ ୪.୧୦ କୁଇଣ୍ଟାଲ ମହୁଲ ପୋଚ, ୩୦ଲିଟର ଦେଶୀ ହାତରନ୍ଧା ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା। ପରେ ଉକ୍ତ ସାମଗ୍ରୀ ଗୁଡିକୁ ଘଟଣାସ୍ଥଳରେ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା। ଅବକାରୀ ଉପଅଧୀକ୍ଷକ ଉମାଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ଏହି ଚଢାଉରେ ଧର୍ମଗଡ ରେଞ୍ଜ ଅବକାରୀ ନିରୀକ୍ଷକ ସୁବନ ନାଏକ, ଅବକାରୀ ଉପନିରୀକ୍ଷକ ଦିଲ୍ଲୀପ କୁମାର ରଥ,ନାରାୟଣ ବେହେରା,ଏଏସ୍‌ଆଇ ବସନ୍ତ ବିଶି ପ୍ରମୁଖ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share