Categories: ଗଞ୍ଜାମ

ମହୁ ବିକିବା ବାହାନାରେ ଘରେ ପଶି ଲୁଟ

ହିଞ୍ଜିଳିକାଟୁ,୧୭ା୭(ଡି.ଏନ୍‌.ଏ)-ହିଞ୍ଜିଳିକାଟୁ ବ୍ଲକ କଲୋନୀ ଅଞ୍ଚଳକୁ ମଙ୍ଗଳବାର ମହୁ ବକିବା ବାହାନାରେ ଆସିଥିବା ଜଣେ ଅଣ ଓଡ଼ିଆ ନାବାଳକ ଏକ ଘରେ ପଶି ସୁନା, ଟଙ୍କା ଚୋରି କରୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି। ଏ ନେଇ ନଂ.୧୭୮/୧୯ରେ ମାମଲା ରୁଜୁ ହୋଇଛି।ପ୍ରକାଶ ଯେ, ବ୍ଲକ କଲୋନୀ ସୁଶାନ୍ତ ସାହୁଙ୍କ ମା’ ବାପା ଘରେ ଥିବା ବେଳେ ଅଣ ଓଡ଼ିଆ ନାବାଳକ ମହୁ ବିକିବା ବାହାନାରେ ତାଙ୍କ ଘରେ ପଶିଥିଲେ। କୌଶଳକ୍ରମେ ସେ ଆଲମାରୀରୁ ସୁନା ମାଳି, କାନ ଫୁଲ, ମୁଦି, ପାଉଁଜି ଓ ୫ଶହ ଟଙ୍କା ଲୁଟି ନେଇଥିଲେ। ଏହା ଦେଖି ଦମ୍ପତି ପାଟି କରିବାରୁ ସ୍ଥାନୀୟ ଲୋକେ ନାବାଳକଙ୍କ ପିଛା କରି ନୂଆଗଡ଼ଠାରେ ତାଙ୍କୁ ଧରି ପୋଲିସ ଜିମା ଦେଇଥିଲେ।