ମହେନ୍ଦ୍ର ଧରିପାରନ୍ତି ଅନୁଗୋଳ ବିଜେଡି ମଙ୍ଗ: ଅରୁନାଭଙ୍କ ଫଟୋ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା

ଅନୁଗୋଳ ଅଫିସ, ୨୧।୨ – ବରିଷ୍ଠ ଓକିଲ ତଥା ଅନୁଗୋଳ ପୌରପାଳିକା ବିଜେଡି ସଭାପତି ଥିବା ମହେନ୍ଦ୍ର ବସ୍ତିଆ ଅନୁଗୋଳ ଜିଲା ବିଜେଡି ମଙ୍ଗ ଧରିପାରନ୍ତି। ଦଳ ତାଙ୍କୁ ଅନୁଗୋଳ ଜିଲା ସଭାପତି ଦାୟିତ୍ୱ ଦେଇପାରେ ବୋଲି ଗୁରୁବାର ସହରରେ ଜୋରଦାର ଚର୍ଚ୍ଚା ହେଉଛି। ଏପରି କି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ପୁଅ ଅରୁନାଭ ସିଂ ନିଜେ ମହେନ୍ଦ୍ରଙ୍କୁ ଏକ ଫୁଲତୋଡ଼ା ଦେଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ତାହା ଉକ୍ତ ଚର୍ଚ୍ଚାକୁ ଆହୁରି ଖୋରାକ୍‌ ଯୋଗାଇଛି। କିନ୍ତୁ ଏ ନେଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ଏ ସମ୍ପର୍କରେ ମହେନ୍ଦ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ସାଙ୍ଗଠନିକ ଭାବେ ତାଙ୍କ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ହାଇକମାଣ୍ଡଙ୍କ ନିକଟରେ ମୋ ନାମ ଚର୍ଚ୍ଚା ହୋଇଥିବାରୁ ଅରୁନାଭ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିବା ମହେନ୍ଦ୍ର ପ୍ରକାଶ କରିଛନ୍ତି।

Share