କ୍ରିନ୍ସ (ସୁଇଜରଲାଣ୍ଡ), ୨୬।୫(ପିଟି)-ଭାରତୀୟ ସ୍କ୍ବାଶ ଖେଳାଳି ମହେଶ ମନ୍ଗଁାକାର ଦ୍ୱିତୀୟ ଥର ପାଇଁ ପିଏସ୍ଏ ଚ୍ୟାଲେଞ୍ଜର ଟୁର୍ ଇଭେଣ୍ଟ ସେକିସୁଇ ଓପନ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ମନ୍ଗଁାକାର ୧୧-୯, ୩-୧୧, ୧୧-୫, ୧୧-୫ ଗେମ୍ରେ ସ୍ପାନିଶ ଖେଳାଳି ବର୍ନାଟ ଜେଉମ୍ଙ୍କୁ ହରାଇ ଦେଇଛନ୍ତି। ଏହା ତାଙ୍କ କ୍ୟାରିୟରର ୮ମ ପିଏସ୍ଏ ଟାଇଟଲ। ୩ବର୍ଷ ପୂର୍ବେ ସେ ପ୍ରଥମ ଥର ପାଇଁ ଏଠାରେ ଚାମ୍ପିୟନ ହୋଇଥିଲେ।