ମହେଶ ସାହୁ ୧୦୩୦୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୦ମ ରାଉଣ୍ଡ ଭୋଟ ଗଣତି ଫଳାଫଳ ସ୍ପଷ୍ଟ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୫୧ ହଜାର ୪୩୫ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୨ଲକ୍ଷ ୫ ହଜାର ୬୪୨ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର ରୁଦ୍ରନାରାୟଣ ପାଣି ୧ ଲକ୍ଷ ୯୫ ହଜାର ୩୩୯ ଖଣ୍ଡ ଭୋଟ ସହ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ୨୯ ହଜାର ୯୩୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ମହେଶ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନାରାୟଣଙ୍କଠାରୁ ୧୦୩୦୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।