ମହେଶ ସାହୁ ୬୯୯୫ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୯ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଅପରାହ୍ନ ୨ଟା ସୁଦ୍ଧା ୪ ଲକ୍ଷ ୧୨ ହଜାର ୭୮୬ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୧ଲକ୍ଷ ୮୭ ହଜାର ୩୬୫ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର ରୁଦ୍ରନାରାୟଣ ପାଣି ୧ ଲକ୍ଷ ୮୦ ହଜାର ୩୭୨ ଖଣ୍ଡ ଭୋଟ ସହ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ୨୭ ହଜାର ୩୬୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ମହେଶ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନାରାୟଣଙ୍କଠାରୁ ୬୯୯୫ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।