ମହେଶ ସାହୁ ୮୮୨୪ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୨ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୪ ଲକ୍ଷ ୬୨ ହଜାର ୩୬୯ଟି ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ମହେଶ ସାହୁ ୨ ଲକ୍ଷ ୧୩ ହଜାର ୯୪୬ ଭୋଟ ପାଇ ଆଗୁଆ ଅଛନ୍ତି। ଭାଜପାର ରୁଦ୍ରନାରାୟଣ ପାଣି ୨ ଲକ୍ଷ ୦୫ ହଜାର ୧୨୨ ଖଣ୍ଡ ଭୋଟ ସହ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂଦେଓ ୩୧ ହଜାର ୯୩୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ମହେଶ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରୁଦ୍ରନାରାୟଣଙ୍କଠାରୁ ୮୮୨୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।