ମାଆଙ୍କ ଅବିକଳ ହେଉଛନ୍ତି ବଲିଉଡ୍‌ର ଏହିସବୁ ଅଭିନେତ୍ରୀ

କୁହାଯାଏ, ଝିଅଟିଏ ଅଧିକାଂଶ ଗୁଣ ମାଆଙ୍କର ଆଣିଥାଏ। ଯଦି ଲୁକ୍‌ କଥା କହିବା ତେବେ ମାଆଙ୍କ ସହ ଝିଅମାନଙ୍କ ଲୁକ୍‌ ବିଲ୍‌କୁଲ ମେଳ ଖାଇଥାଏ। ଏହାର ନିଚ୍ଛକ ଉଦାହରଣ ବଲିଉଡ୍‌ରୁ ଦେଖିବାକୁ ପାଇବେ। ଅଧିକାଂଶ ଅଭିନେତ୍ରୀ ମାଆଙ୍କ ଅବିକଳ। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ…
ହେମାମାଳିନୀ-ଈଶା ଦେଓଲ : ଡ୍ରିମ୍‌ଗାର୍ଲ ହେମାମାଳିନୀଙ୍କ ଝିଅ ଈଶା ଦେଓଲ ଅବିକଳ ହେମାଙ୍କ ପରି। ଈଶାଙ୍କ ଚେହେରା ହେମାଙ୍କ ଚେହେରା ସହ ପ୍ରାୟ ମିଶୁଛି। ମାଆଙ୍କ ପରି ଈଶା ମଧ୍ୟ ଜଣେ ଭଲ କ୍ଲାସିକାଲ ଡ୍ୟାନ୍ସର।

ସୋନି ରାଜଦାନ – ଆଲିଆ ଭଟ୍ଟ : କ୍ୟୁଟ୍‌ ଆକ୍ଟ୍ରେସ ଭାବେ ବଲିଉଡ୍‌ରେ ପରିଚିତ ଆଲିଆ ଭଟ୍ଟ ମାଆ ସୋନି ରାଜଦାନଙ୍କ ପରି। ସୋନି ମହେଶ ଭଟ୍ଟଙ୍କୁ ୧୯୮୬ରେ ବିବାହ କରିଥିବାବେଳେ ୧୯୯୩ରେ ଆଲିଆଙ୍କ ଜନ୍ମ। ସୋନି ୬୨ ବର୍ଷରେ ପଦାର୍ପଣ କରିଥିଲେ ହେଁ ତାଙ୍କ ଚେହେରା ଆଲିଆଙ୍କ ସହ ମିଶୁଛି।

ଡିମ୍ପଲ କପାଡ଼ିଆ – ଟ୍ବିଙ୍କଲ୍‌ ଖାନ୍ନା: ବଲିଉଡ୍‌ର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଡିମ୍ପଲ କପାଡ଼ିଆ ଜଣେ। ତାଙ୍କ ଝିଅ ତଥା ଅକ୍ଷୟଙ୍କ ସ୍ତ୍ରୀ ଟ୍ବିଙ୍କଲ ଖାନ୍ନାଙ୍କ ଚେହେରା ଡିମ୍ପଲଙ୍କ ସହିତ ପ୍ରାୟ ମିଶିଯାଉଛି।

ବବିତା – କରୀସ୍ମା: ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କରୀସ୍ମା ଅନ୍ୟତମ। ବବିତା ମଧ୍ୟ ତାଙ୍କ ସମୟରେ ଜଣେ ଭଲ ଅଭିନେତ୍ରୀ ଥିଲେ। କରୀସ୍ମାଙ୍କ ଆଖି ଆଉ ଓଠ ତାଙ୍କ ମାଆଙ୍କ ଆଖି ପରି।

Share