ମାଆ, ସ୍ତ୍ରୀଙ୍କ ସହ ଆସି ଭୋଟ ଦେଲେ ଫଡନଭିସ

ନାଗପୁର,୨୧।୧୦:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋମବାର ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ମତଦାନରେ ଭାଗ ନେଇଛନ୍ତି। ସେ ନାଗପୁରର ଏକ ବୁଥରେ ମା’ ସରିତା ଓ ସ୍ତ୍ରୀ ଅମୃତାଙ୍କ ସହ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ହେଉଥିବା ଏହି ନିର୍ବାଚନର ଫଳାଫଳ ଆସନ୍ତା ୨୪ ଗୁରୁବାର ପ୍ରକାଶ ପାଇବ। ଏଥିରେ ଭାଜପା ବହୁ ସଂଖ୍ୟାରେ ବିଜୟ ଲାଭ କରିବ ବୋଲି ଦାବି କରୁଥିବା ବେଳେ ବିରୋଧୀ କଂଗ୍ରେସ ମଧ୍ୟ ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ଆଶ ବାନ୍ଧି ବସିଛି।

Share