ମାଆ ହେବାକୁ ଚାହାନ୍ତିନି ଏହି ଅଭିନେତ୍ରୀ

ଛୋଟପରଦାରେ ‘ଚନ୍ଦ୍ରମୁଖୀ ଚୌଟାଲା’ ନାମରେ ପରିଚିତ ଅଭିନେତ୍ରୀ କବିତା କୌଶିକ୍‌ ବିବାହ କରିଥିଲେ ମଧ୍ୟ କେବେ ମାଆ ହେବାକୁ ଚାହାନ୍ତିନି। ୨୦୧୭ରେ ରୋନିତ୍‌ ବିଶ୍ୱାସଙ୍କୁ ବିବାହ କରିଥିବା ୩୮ ବର୍ଷୀୟା କବିତା ବିବାହର ୨ ବର୍ଷ ପରେ ମଧ୍ୟ ମାଆ ହେବାକୁ ଚାହୁଁନାହାନ୍ତି। ଏକଥା କବିତା କହି ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୩୦ ବର୍ଷ ଟପିଗଲେ ଦମ୍ପତି ଚାହାନ୍ତି କେମିତି ମାତାପିତା ହେବେ। ଏପରିକି ସରୋଗେସୀ ମାଧ୍ୟମରେ ମଧ୍ୟ ଏହି ସୌଭାଗ୍ୟ ଲାଭ କରିବାକୁ ଚାହିଁଥାନ୍ତି।

ମାତ୍ର କବିତା ଏବଂ ରୋନିତ ଦୁଇଜଣ ନିଷ୍ପତ୍ତି ନେଇଛନ୍ତି କେବେ ମାତାପିତା ହେବେନାହିଁ। ଏକ ସାକ୍ଷାତକାରରେ କବିତା କହିଛନ୍ତି,  ମୁଁ ପିଲାଙ୍କ ସହିତ ଅନ୍ୟାୟ କରିବାକୁ ଚାହେଁନାହିଁ। ଯଦି  ମୁଁ ୪୦ ବର୍ଷରେ ମାଆ ହେବି ତେବେ ମୋ ପିଲା ୨୦ ବର୍ଷର ହେଲାବେଳକୁ ବୁଢ଼ୀ ହୋଇଯାଇଥିବି। ମୁଁ ଚାହୁଁନି ୨୦ ବର୍ଷର ପିଲା ବୁଢ଼ା ମାତାପିତାଙ୍କ ଦେଖାଶୁଣା କରୁ ବୋଲି। କବିତା ‘କ।ହାନୀ ଘର ଘର କୀ’,‘କୁମ୍‌କୁମ୍‌’ ଏବଂ ରିମିକ୍ସରେ କାମ କରି ଘରେ ଘରେ ପରିଚିତ ହୋଇସାରିଛନ୍ତି। ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କଠାରୁ ଏମିତି କଥା ଶୁଣି ଫ୍ୟାନମାନେ ବିଶ୍ୱାସ କରିପାରୁନାହାନ୍ତି।

Share