ମାଆ ହେବାକୁ ଡରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ବୋଲ୍ଡ କୁଇନ୍‌ ମଲ୍ଲିକା ସେରାଓ୍ବତ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି ସତ। ହେଲେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ମଝିରେ ମଝିରେ ଆସନ୍ତି ଚର୍ଚ୍ଚାକୁ। ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି। ଅସଲରେ ମଲିକା ଏବେ ମାଆ ହେବାକୁ ଚାହୁଁ ନାହାଁନ୍ତି। ତାଙ୍କ ମତରେ ମାଆ ହେବା ଦାୟିତ୍ୱପୂର୍ଣ୍ଣ କାମ। ଯାହାକୁ ସେ ତୁଲାଇ ପାରବେ ନାହିଁ। ଏବେ ସେ ସ୍ବାଧୀନଭାବେ ଯେମିତି ଯେଉଁଠିକି ଇଚ୍ଛା ହେଲେ ଯାଇ ପାରୁଛନ୍ତି ପିଲାଟିଏ ଥିଲେ ଏହା କଷ୍ଟକର ବ୍ୟାପାର ହୋଇଥାଆନ୍ତା ବୋଲି କହିଛନ୍ତି। ଏହାସହ ସେ ଏବେ ମାଆ ହେବାକୁ ଆଦୌ ପ୍ରସ୍ତୁତ ନାହାଁନ୍ତି। ତାଙ୍କ ଭଣଜା ତାଙ୍କ ପାଇଁ ସବୁକିଛି ଓ ସେ ଭଣଜା ସହ ବିଶେଷ ଖୁସିର ମହୂର୍ତ୍ତ ମଧ୍ୟ ଅତିବାହିତ କରିଛନ୍ତି। ତେଣୁ ଏବେ ସେ ମାଆ ହୋଇ ଗୁରୁଦାୟିତ୍ୱ ବହନ କରିବେ ନାହିଁ ବୋଲି କହିବା ପରେ ପୂର୍ବଭଳି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍‌ ମଧ୍ୟ କରାଯାଇଛି।

Share