Categories: ଖେଳ

ମାଇକେଲ ଜ୍ୟାକ୍‌ସନଙ୍କ ଷ୍ଟାଇଲରେ ବ୍ୟାଟିଂ କଲେ ମାଥ୍ୟୁ ଓ୍ବାଡେ

ମେଲବୋର୍ନ,୨୭।୧୨- ଏମ୍‌ସିଜିଠାରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ମାଥ୍ୟୁ ଓ୍ବାଡେ ଡ୍ୟାନ୍ସର ମାଇକେଲ ଜ୍ୟାକ୍‌ସନଙ୍କ ଏକ ଲୋକପ୍ରିୟ ମୁଭ୍‌ କରିଥିବା ଦେଖିବାକୁ ମିଳିଛି। ନ୍ୟୁଜିଲାଣ୍ଡ ପେସର ଟିମ୍‌ ସୌଦି ଓ ଟ୍ରେଣ୍ଟ ବୋଲ୍ଟ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ବାଉନ୍ସର ଓ ୟର୍କର ପକାଇ ବାନ୍ଧି ରଖିଥିଲେ। ଏହାପରେ ନିଲ ଓ୍ବାଗ୍‌ନରଙ୍କ ଏକ ବଲ୍‌ ଓ୍ବାଡେଙ୍କୁ ଏକ ଅସୁବିଧାଜନକ ସ୍ଥିତିରେ ଛାଡ଼ିଦେଇଥିଲା। ଉକ୍ତ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଜ୍ୟାକ୍‌ସନଙ୍କ ଡ୍ୟାନ୍ସ ଷ୍ଟେପ୍‌ ସହ ତୁଳନା କରାଯାଇଛି।

Share