Categories: ବାଣିଜ୍ୟ

ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଲେ ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୫।୩: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କମ୍ପାନୀର ବୋର୍ଡ ଅଫ୍‌ ଡାଇରେକ୍ଟର୍ସରୁ ଶନିବାର ଇସ୍ତଫା ଦେଇଛନ୍ତି। ସମାଜ ସେବା ଏବଂ ଦାତବ୍ୟ କାର୍ଯ୍ୟରେ ଅଧିକ ଫୋକସ କରିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ୬୫ ବର୍ଷୀୟ ଗେଟ୍‌ସ ଓ୍ବାରେନ ବଫେଟଙ୍କ କମ୍ପାନୀ ଓ୍ବର୍କଶାୟର ହୈଥଓ୍ବେ ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ୨୦୦୮ରେ ସେ ମାଇକ୍ରୋସଫ୍ଟର ଦୈନନ୍ଦିନ କାର୍ଯ୍ୟରୁ ନିଜକୁ ଅଲଗା କରିଥିଲେ। ତାଙ୍କ ସ୍ତ୍ରୀ ମିଲିଣ୍ଡା ଗେଟ୍‌ସଙ୍କ ସହ ମିଶି ସେ ବିଲ୍‌ ଆଣ୍ଡ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ ଲାଗି ଲଗାତାର ଭାବେ କାମ କରୁଛନ୍ତି। ମାଇକ୍ରୋସଫ୍ଟ ତାଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ହୋଇ ରହିବ। ସମୟ ସମୟରେ ବିଭିନ୍ନ ଲିଡରଶିପ ରୋଲରେ ସେ କାମ କରିବେ ବୋଲି କହିଛନ୍ତି। ବିଲ୍‌ ଗେଟ୍‌ସ ବର୍ତ୍ତମାନ ବିଶ୍ୱର ୨ ନମ୍ବର ଧନୀଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ନିକଟରେ ୮୪.୪ ବିଲିୟନ ଡଲାରର ସମ୍ପତ୍ତି ରହିଛି।

Share