ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ତପସ୍ୟା କଲେ ଯୋଗୀ

ନୂଆଦିଲ୍ଲୀ,୧୬।୨: କୁହାଯାଏ ତପସ୍ୟାର ଶକ୍ତି ଖୁବ୍‌ ଅଧିକ। ଏବେ ଭାଇରାଲ ହୋଇଥିବା ଏକ ଭିଡିଓ ଏହାର ସତ୍ୟତା ସମ୍ପର୍କରେ ସୂଚନା ଦେଉଛି ବୋଲି ଆଲୋଚନା ହେଉଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଯୋଗୀ ବା ସାଧୁ ସ୍ବଳ୍ପ ବସ୍ତ୍ର ପରିଧାନ କରି ବରଫ ମଧ୍ୟରେ ଧ୍ୟାନ କରୁଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଭିଡିଓକୁ ଜଣେ ସେନା ଯବାନ ଶୁଟିଂ କରିଥିବା କୁହାଯାଉଛି। ଏହା ସୋସିଆଲ ମିଡିଆରେ ଶେୟାର ହେବା ସହ ଏଥିରେ ଲେଖାଯାଇଛି, ହିମାଳୟର ମାଇନସ୍‌ ୪୫ ଡିଗ୍ରୀ ତାପମାତ୍ରାରେ ଜଣେ ଯୋଗୀ ତପସ୍ୟା କରିଥିବା ବେଳେ ଏହାକୁ ଜଣେ ସେନା ଯବାନ ଶୁଟିଂ କରିଛନ୍ତି। ଏହି ଭିଡିଓରେ ସାଧୁ ଜଣକ ତାଙ୍କ ପୋଷା କୁକୁର ସହ ନଜର ଆସିଛନ୍ତି। ତେବେ ଏହା କେଉଁ ସ୍ଥାନର ଭିଡିଓ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ପୂର୍ବରୁ ମଧ୍ୟ ଏମିତି ଭିଡିଓ ଦେଖିବାକୁ ମିଳିଛି।

Share