ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ମହାନାୟକ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦଶନ୍ଧିର ମହାନାୟକ କୁହାଯାଏ। ଅଭିନୟ ପ୍ରତି ତାଙ୍କ ପ୍ରତିଶ୍ରୁତିବଦ୍ଧତା ଦେଖି ତାଙ୍କୁ ଏହି ଆଖ୍ୟା ଦିଆଯାଇଛି। ଅମିତାଭଙ୍କୁ ୭୭ ବର୍ଷ ହୋଇଗଲାଣି। ଗତ କିଛି ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଠିକ୍‌ ରହୁନି। କିନ୍ତୁ ଆଜିବି ଅଭିନୟ ପ୍ରତି ତାଙ୍କ ନିଶା ଥମିନି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବାକୁ ମିଳିଛି। ଆଗାମୀ ଫିଲ୍ମ ‘ଚେହ୍‌ରେ’ର ଶୁଟିଂରେ ବ୍ୟସ୍ତ ଅଛିନ୍ତି ବିଗ୍‌=ବି। ଇମ୍ରାନ ହାଶମୀ ଏବଂ ଅମିତାଭଙ୍କ ଅଭିନୀତ ଏହି ଫିଲ୍ମ ଶୁଟିଂ ଏବେ ସ୍ଲୋଭାକିଆରେ ଚାଲିଛି। ସେଠାରେ ବିଯୁକ୍ତ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ବିଗ୍‌-ବି। ଏହାର ଏକ ଫଟୋ ସେ ସୋସିଆଲ ମିଡିଆରେ ଛାଡିଛନ୍ତି। ଫଟୋରେ ପ୍ରବଳ ଥଣ୍ଡା ଯୋଗୁ ଜ୍ୟ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଛି।

Share