ମାଈ ହାତୀ ମୃତଦେହ ଠାବ

ଉଦଳା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ଅଧୀନ ଶିମିଳିପାଳ ଅଭାୟରଣ୍ୟର ପର୍ଯ୍ୟଟନସ୍ଥଳୀ ଦେଇ ପ୍ରବାହିତ ଦେଓ ନଦୀ କୂଳରେ ସୋମବାର ଗୋଟିଏ ମାଈ ହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗ କର୍ମଚାରୀ ଏବଂ ଶିମିଳିପାଳ ଏସଟିଆର୍‌ ଅଧିକାରୀମାନେ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏନେଇ ଉଦଳା ରେଞ୍ଜ ଅଧିକାରୀ ଅଜୟ କୁମାର ଦାସଙ୍କୁ ପଚାରିବାରୁ ସେ ଏସମ୍ପର୍କରେ ଜାଣି ନାହାଁନ୍ତି ବୋଲି କହିଛନ୍ତି। ତେବେ ବନ ବିଭାଗ କର୍ମଚାରୀମାନେ ମୃତହାତୀକୁ ଜଗି ରହିଥିବା ଖବର ମିଳିଛି। ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି।