ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା, ନଗଦ ୩ ଲକ୍ଷ ଟଙ୍କା ସହ ଗୋଟିଏ ମାରୁତି କାରକୁ ମଧ୍ୟ ଲୁଟି ନେଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଡାକ୍ତର ଜୟପ୍ରକାଶ ପାଣିଙ୍କ ଘରେ ୪ରୁ ଊଦ୍ଧର୍‌ବ ଡକାୟତ ପଶି ଆତଙ୍କରାଜ ଚଳାଇଥିଲେ । ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏଥିସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯିବ ବୋଲି ଟାଙ୍ଗୀ ଥାନା ଅଧିକାରୀ କହିଛନ୍ତି।

Share