ମାଓବାଦୀ ନାଁରେ ଧମକପୂର୍ଣ୍ଣ ଚିଠି

ରାଇକିଆ,୪ା୧୨(ଡ଼ି.ଏନ.ଏ): ରାଇକିଆ ଥାନା ରଣବା ପଞ୍ଚାୟତରୁ ଢିମିରିପଲ୍ଲୀ ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ମାଓବାଦୀ ନାଁରେ ଏକ ଧମକପୂର୍ଣ୍ଣ ଚିଠି ମରାଯାଇଛି। ସେଥିରେ ଅଞ୍ଚଳର କେତେଜଣ ଠିକାଦାର ଓ ରାଜନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ରହିଛି। ଏହି ବ୍ୟକ୍ତିମାନେ ଦୁର୍ନୀତିରେ ଲିପ୍ତ ରହିଥିବା ଏବଂ ସେମାନଙ୍କୁ ଜନଅଦାଲତରେ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ କରାଯାଇଛି। ଏ ନେଇ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି, ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। କୌଣସି ବ୍ୟକ୍ତି ମାଓବାଦୀ ନାଁରେ ଧମକ ଦେବାପାଇଁ ଏପରି କରିଥାଇ ପାରନ୍ତି ବୋଲି କହିଛନ୍ତି।

Share