ବାଲିଗୁଡା,୨୬ା୪(ଡି.ଏନ୍.ଏ.)- ବିଶ୍ୱରେ ମହାମାରୀ କରୋନାର ଭୟାବହତା ଜାରି ରହିଛି। ଏପରି ସ୍ଥଳେ ସାମାଜିକ ଦୂରତ୍ୱକୁ ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ଏନେଇ ଦେଶରେ ଲକ୍ଡାଉନ୍ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡା, ନୂଆଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ମାଓବାଦୀମାନଙ୍କଠାରୁ ଜନସାଧାରଣ ସାମାଜିକ ଦୂରତା ରକ୍ଷା ପାଇଁ ବିଶ୍ୱ ଆରୋଗ୍ୟ ଚେତନା ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ସେମାନଙ୍କ ସହିତ ମିଳାମିଶା ନ କରିବା କିମ୍ବା ବୈଠକରେ ଯୋଗ ନ ଦେବା ସହିତ ଗଁ। ରେ ପ୍ରବେଶ କରାଇ ନ ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ମାଓବାଦୀମାନେ ବିଭିନ୍ନ ରାଜ୍ୟରୁ ଆସିଥିବାରୁ କରୋନା ସଂକ୍ରମଣ ହେବାର ବହୁ ଆଶଙ୍କା ରହିଛି। ତେଣୁ ଜନସାଧାରଣ ସେମାନଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ନିବେଦନ କରାଯାଇଛି। ବାଲିଗୁଡା ବ୍ଲକର ପରମପଙ୍ଗା, ବାଟାଗୁଡା, ସୁଡ୍ରା, ଦାରିଙ୍ଗବାଡି ଛକ, ବାରଖମା, କ.ନୂଆଗଁ। ଓ କୁର୍ତ୍ତମଗଡ ଅଞ୍ଚଳର ବିଭିନ୍ନ ଛକ, ରାସ୍ତା, ଗଛରେ ଏପରି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମଧ୍ୟ ମାଓବାଦୀମାନଙ୍କୁ ବିଶ୍ୱ ଆରୋଗ୍ୟ ଚେତନା ସମିତି ପକ୍ଷରୁ ନିବେଦନ କରାଯାଇଛି।