Categories: ଜାତୀୟ

ମାଓବାଦୀଙ୍କ ଟାର୍ଗେଟରେ ଏସ୍‌ପି ନେତା: ଅପହରଣ ପରେ କଲେ ହତ୍ୟା

ବିଜାପୁର,୧୯।୬: ଛତିଶଗଡ଼ରେ ପୁଣି ମାଓବାଦୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ସନ୍ତୋଷ ପୁନେମଙ୍କୁ ମାଓବାଦୀ ଅପହରଣ କରି ହତ୍ୟା କରିଥିବା ସୂଚନା ମିଳିଛି। ବିଜାପୁର ନିକଟସ୍ଥ ମରିମାଲା ଅଞ୍ଚଳରୁ ବୁଧବାର ସକାଳୁ ସ୍ଥାନୀୟ ଲୋକେ ଏକ ପାହାଡ ନିକଟରେ ରକ୍ତାକ୍ତ ଅବସ୍ତାରେ ତାଙ୍କ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସୁରକ୍ଷାକର୍ମୀଙ୍କ ଏକ ଦଳ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ସନ୍ତୋଷ ସ୍ଥାନୀୟ ଅଞ୍ଚଳରେ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସେ ମରିମାଲା ଅଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ।

Share