ମାଓବାଦୀଙ୍କ ନାଁ ନେଇ ଗୁଳିକାଣ୍ଡ

ପାଟଣାଗଡ, ୩୦।୧୨(ଡି.ଏନ.ଏ.):ପାଟଣାଗଡ ଉପଖଣ୍ଡସ୍ଥ ଗଙ୍ଗାସାଗର ଗ୍ରାମ ଶେଷ ମୁଣ୍ଡରେ ଥିବା ନବୀନ ମେହେରଙ୍କ ବାସଭବନରେ ରବିବାର ବିଳମ୍ବିତ ରାତି ୨ଟା ସମୟରେ ଜଣେ ଅଜଣା ବ୍ୟକ୍ତି ମାଓବାଦୀଙ୍କ ନାଁ ନେଇ ନବୀନଙ୍କୁ ଗୁଳି କରିଥିବା ଜଣାପଡିଛିି। ସୂଚନା ଅନୁସାରେ ନବୀନ ମେହେର ଘରେ ଶୋଇଥିବା ସମୟରେ ଜଣେ ଅଜଣା ବ୍ୟକ୍ତି କବାଟ ଖୋଲି ଘର ଭିତରକୁ ପ୍ରବେଶ କରିଥିଲେ। ତତ୍‌କ୍ଷଣାତ ନବୀନ କବାଟ ଖୋଲିବା ଶଦ୍ଦ ଶୁଣି ଖଟରୁ ଉଠି ତାଙ୍କୁ ତମେ କିଏ ବୋଲି ପଚାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଜଣା ବ୍ୟକ୍ତି ନିଜକୁ ମାଓବାଦୀ ପରିଚୟ ଦେଇ ନବୀନଙ୍କୁ ଖଟରୁ ଉଠିବାକୁ ମନା କରିଥିଲେ ଏବଂ ନବୀନ ଉଠିବା କ୍ଷଣି ତାଙ୍କ ହାତରେ ପିସ୍ତଲ ସାହାଯ୍ୟରେ ଗୁଳି କରିଥିଲେ। ଗୁଳିଟି ବାମ ହାତର କହୁଣୀ ଉପରେ ଗୁଳି ବାଜିଥିଲା। ଗୁଳି କରି ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଆହତ ନବୀନ ବର୍ତ୍ତମାନ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଚିକିସତ୍ିତ ଅଛନ୍ତି।

Share