ମାଥିଲି, ୧୪।୧(ଡି.ଏନ୍.ଏ.): ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ତୁଳସୀ ପାହାଡ଼ କଟୁଆପଦରର ଏକ ଆଦିବାସୀ ପରିବାର ଗାଁ ଛାଡିଛନ୍ତି। ଗଙ୍ଗା ମାଢିଙ୍କ ପରିବାର ଲୋକଙ୍କୁ ନିର୍ଧୁମ ମାଡ଼ ମାରି ଗାଁ ନ ଛାଡିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମାଓବାଦୀ। ଫଳରେ ଗଙ୍ଗାଙ୍କ ପରିବାର ନିଜ ଭିଟାମାଟି ଛାଡି ଧାକଡ଼ ରାଶିରେ ଆଶ୍ରୟ ନେଇଛନ୍ତି। ସୂଚନାଯୋଗ୍ୟ, ପୋଲିସ ଇନଫର୍ମର ସନ୍ଦେହରେ ଗଙ୍ଗା ମାଢ଼ିଙ୍କ ପରିବାର ଲୋକଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ମାରିବା ସହ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।