ମାଓବାଦୀଙ୍କ ଶହୀଦ ସପ୍ତାହ: ପ୍ରଥମ କରି ଜିଲାରେଗଡିଲା ସରକାରୀ ବସ୍‌

ମାଲକାନଗିରି,୨୮ା୭(ଦୁଯ୍ୟୋଧନ ପାତ୍ର): ପ୍ରତିବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରି ଆସୁଛନ୍ତି। ଏଥିପାଇଁ ପୂର୍ବରୁ ମାଓବାଦୀମାନେ ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇଥାନ୍ତି। ହିଂସାକାଣ୍ଡ ଘଟାଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ସରକାରୀ ବସ ଚଳଚଳ ମଧ୍ୟ ବନ୍ଦ । ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି। ମାଓବାଦୀଙ୍କ ଦବାଦବ ବହୁମାତ୍ରାରେ ଜିଲାରେ କମିଛି। ମାଓବାଦୀ ଗଡ ଭୁଶୁଡିପଡିଛି। ଏଥିଯୋଗୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଓବାଦୀଙ୍କ ଶହୀଦ ସପ୍ତାହ ଅବସରରେ ମାଲକାନଗିରିରେ ସରକାରୀ ବସ୍‌ ଚଳାଚଳ କରିଛି। ମାଲକାନଗିରି ପୋଲିସ, ଡିଭିଏଫ୍‌, ଏସଓଜି, ବିଏସଏଫ ଯବାନମାନେ ମିଳିତ କୋମ୍ବିଂ ଅପରେଶନ ଜାରି ରଖିଛନ୍ତି। ଗୋଇନ୍ଦା ସୂଚନାକୁ ଆଧାର କରି ଜିଲାର ବିଭିନ୍ନ ଛକଗୁଡିକରେ ଗାଡି ମୋଟର ଯାଞ୍ଚ କରାଯାଉଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା ଓ ମାଲକାନଗିରି ଏସ୍‌ପି ନିତେଶ ୱାଧବାନି ପ୍ରକାଶ କରିଛନ୍ତି।

Share