Advertisement
Categories: କନ୍ଧମାଳ

ମାଓବାଦୀଙ୍କ ଶହୀଦ ସପ୍ତାହ : ଲାଗିଲା ମାଓ ପୋଷ୍ଟର, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୩୧।୭(ଡି.ଏନ.ଏ): ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ ଅର୍ଥାତ ବୁଧବାର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅନ୍ତର୍ଗତ ସିମନବାଡ଼ିର ଏକ ଦୋକାନ ସମ୍ମୁଖରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗାଁ ଗାଁରେ ଶହୀଦ ସପ୍ତାହ ପାଳନ, ଶହୀଦ ସାଥୀ ହତ୍ୟା ପ୍ରତିଶୋଧ, ଫାଶୀବାଦ ଆକ୍ରମଣ ସମାଧାନ ଯୋଜନାକୁ ପରାସ୍ତ, ଜଳ, ଜଙ୍ଗଲ, ଜମି ଉପରେ ଅଧିକାର ପାଇଁ ଦୀର୍ଘକାଳୀନ ଜନଆନ୍ଦୋଳନକୁ ତୀବ୍ର ଆହ୍ବାନ ଆଦି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ଶେଷରେ ସିପିଆଇ (ମାଓବାଦୀ) ଜିନ୍ଦାବାଦ ଉଲ୍ଲେଖ କରାଯିବା ସହ ବାଘୁନା ଡିଭିଜନାଲ କମିଟି ଭାକପା(ମାଓବାଦୀ) ଉଲ୍ଲେଖ ରହିଛି ।
ପ୍ରକାଶ ଯେ, ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel