Advertisement

ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। କର୍ମଚାରୀଙ୍କୁ ଜଞ୍ଚଲ ରାସ୍ତାରେ ସୁରକ୍ଷାକର୍ମୀ ଆଣି ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହାପରେ ପ୍ରଶାସନ ସେ ସବୁ ଅଞ୍ଚଳରେ ରହିଯାଇଥିବା ଗାଡି ଆଣିବା ବ୍ୟବସ୍ଥା କଲାନାହିଁ। ଫଳରେ ଚିନ୍ତାରେ ପଡିଥିଲେ ଗାଡି ମାଲିକ। ଏଭଳି ପରିସ୍ଥିତିରେ ଜଣେ ମାଲିକ ନିଜେ ତାଙ୍କ ଗାଡି ଫେରାଇ ଆଣିଛନ୍ତି। ଗୋଛାପଡା ଥାନା ବାରାହାଲାକୁ ନିର୍ବାଚନ କାର୍ଯ୍ୟରେ ଗତ ୧୭ ତାରିଖରେ କଟ୍ରିଙ୍ଗିଆର ସମରଜିତ୍‌ ପଣ୍ଡାଙ୍କ ବୋଲେରୋ (ଓଆର୧୨ଏ-୮୪୧୭) ପୋଲିଂ ପାର୍ଟିକୁ ନେଇ ଯାଇଥିଲା। ସେହିଦିନ ଅପରାହ୍ନରେ ଏକ ଗାଡିରେ ଉକ୍ତ ବୁଥକୁ ତଦାରଖ କରିବାକୁ ଯାଉଥିବା ଏକ ଟିମ୍‌ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ମହିଳା ଜିଆରଏସ୍‌ ସଞ୍ଜୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିଲା। ୧୮ ତାରିଖ ନିର୍ବାଚନ ଦିନ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ଗାଡିରେ ପୋଲିଂ ପାର୍ଟିଙ୍କୁ ଅଣାଇନଥିଲା। ସେହିଦିନ ଠାରୁ ଗାଡି ବାରାହାଲାରେ ହିଁ ରହିଯାଇଥିଲା। ଗାଡି ମାଲିକ ଗାଡି ଫେରାଇ ଆଣିବାକୁ ପ୍ରଶାସନ ଓ ପୋଲିସ୍‌କୁ ଅନୁରୋଧ କରିଥିଲେ ମଧ୍ୟ ଆବଶ୍ୟକ ଫୋର୍ସ ନ ଥିବାରୁ ଅକ୍ଷମତା ପ୍ରକାଶ କରିଥିଲେ। ୨ ଦିନ ଭିତରେ ନିର୍ବାଚନ କାର୍ଯ୍ୟ ସରିବାପରେ ଫୋର୍ସ ଆସିଲେ ଗାଡି ଆଣିବାର ବ୍ୟବସ୍ଥା କରାଯିବ ବୋଲି ଉପ ଜିଲାପାଳ ଗାଡି ମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ଦିନ ବିତିଯାଇଥିଲେ ମଧ୍ୟ ଗାଡି ଫେରାଇ ଆଣିବାକୁ ପ୍ରଶାସନ କୌଣସି ପଦେକ୍ଷପ ନେଲା ନାହିଁ। ମଙ୍ଗଳବାର ମାଲିକ ସମରଜିତ ନିଜେ ଗାଡି ଆଣିବାକୁ ବାହାରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ସନ୍ଧ୍ୟାରେ ସେ ବାରାହାଲାରେ ପହଞ୍ଚତ୍ ରାସ୍ତାରେ ପଡିଥିବା କଟା ଗଛଗୁଡିକୁ ସାଇଡ କରି ବୋଲେରୋକୁ ଆଣି ରାତିରେ କଟ୍ରିଙ୍ଗିଆରେ ପହଞ୍ଚତ୍ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel