ରାୟପୁର,୧୭।୬: ଏଣିକି ମାଓବାଦୀ ଅପରେଶନ୍ରେ ନିୟୋଜିତ ଥିବା ଯବାନଙ୍କୁ ଗୋଣ୍ଡି ଭାଷା ଶିକ୍ଷା ଦିଆଯିବ। ମାଓବାଦୀମାନେ ଏହି ଜନଜାତି ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନଙ୍କ ଗତବିଧି ସମ୍ପର୍କରେ ସୂଚନା ମିଳିବା ଯବାନଙ୍କ ଲାଗି କଷ୍ଟକର ହେଉଛି। ତେଣୁ ବସ୍ତର ଅଞ୍ଚଳରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ଗୋଣ୍ଡି ଭାଷା ଶିକ୍ଷା ଦିଆଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ବର୍ଷା ଋତୁରେ ସର୍ଚ୍ଚ ଅପରେଶନକୁ ଜୋର୍ଦାର କରାଯିବ ବୋଲି କୁହାଯାଉଛି। ସେଥିପାଇଁ ଗୋଣ୍ଡି ଭାଷାର ୩୦ ହଜାର ଶବ୍ଦ ଏବଂ ବାକ୍ୟ ଥିବା ଏକ ଶବ୍ଦକୋଷ ତିଆରି କରାଯାଇଛି।