ମାଓବାଦୀ-ଗ୍ରାମବାସୀ ଲଢ଼େଇ: ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଯୋଡ଼ାଆମ୍ବରେ ୧୨ଟି ଘର ଜାଳି ଦେଇଥିଲେ। କିନ୍ତୁ ସୋମବାର ଜିଲାପାଳ ମନିଶ୍‌ ଅଗ୍ରଓ୍ବାଲ ଉକ୍ତ ଅଞ୍ଚଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘରପୋଡ଼ି କ୍ଷତିଗ୍ରସ୍ତ ପରିବାରକୁ ୩୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଜିଲାପାଳ ଘୋଷଣା କରିଛନ୍ତି। ଏହା ସହ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।