Categories: ଜାତୀୟ

ମାଓବାଦୀ ପ୍ରବଣ ଅଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଥାନା

ସୁକମା,୧୮।୭: ଛତିଶଗଡ଼ ସୁକମାର ମାଓବାଦୀ ପ୍ରବଣ ଅଞ୍ଚଳରେ ଏବେ ଭ୍ରାମ୍ୟମାଣ ଥାନା ଆରମ୍ଭ ହୋଇଛି। ଏଠାକାର ଦୁର୍ଗମ ଅଞ୍ଚଳରେ ବହୁ ଅପରାଧ ଘଟୁଥିଲେ ମଧ୍ୟ ଲୋକେ ମାଓବାଦୀଙ୍କ ଭୟରେ ଏନେଇ ମାମଲା ଦାଏର କରିବାକୁ ଭୟ କରିଥାନ୍ତି। ତେବେ ଏଣିକି ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ବିଭାଗ ଅଣ୍ଟା ଭିଡ଼ିଛି। ଭ୍ରାମ୍ୟମାଣ ଥାନା ଦ୍ୱାରା ପୋଲିସ ଏବେ ଲୋକଙ୍କ ପାଖରେ ଅଭିଯୋଗ ନେବା ଲାଗି ପହଞ୍ଚିଯିବ। ଏଭଳି ଥାନାକୁ ଅଞ୍ଜୋର ରଥ ଭାବେ ନାମିତ କରାଯାଇଛି। ଏସ୍‌ପି ଶଲଭ ସିହ୍ନା ଏବଂ ଏଏସ୍‌ପି ସିଦ୍ଧାର୍ଥ ତିଓ୍ବାରୀ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି।

Share