Categories: ଜାତୀୟ

ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ ବନ୍ଧାଯିବ କ୍ୟାମେରା

ରାୟପୁର,୨୨।୧୦: ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେ ପୋଲିସ କୁକୁର ବେକରେ କ୍ୟାମେରା ବନ୍ଧାଯିବ। ଏହାଦ୍ୱାରା ମାଓବାଦୀଙ୍କ ସମ୍ପର୍କରେ ସୂଚନା ମିଳିପାରିବ। ଏନେଇ ସିଆର୍‌ପିଏଫ୍‌ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଏହି ଶକ୍ତିଶାଳୀ କ୍ୟାମେରାରେ ହାଇ ରିଜୋଲ୍ୟୁଶନ୍‌ ରହିବ। ସେହିପରି ଏହା ଓ୍ବାଟର ପ୍ରୁଫ୍‌ ଏବଂ ସ୍କ୍ରାଚ୍‌ ପ୍ରୁଫ୍‌ ହେବ। ଏଥିପାଇଁ ଡଗ୍‌ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମଧ୍ୟ ତାଲିମ୍‌ ଦିଆଯିବ। କୁକୁର ବେକରେ ବନ୍ଧା ହୋଇଥିବା କ୍ୟାମେରା ଦ୍ୱାରା ମାଓବାଦୀଙ୍କ ଅବସ୍ଥିତି ସମ୍ପର୍କରେ ଆବଶ୍ୟକ ତଥ୍ୟ ମିଳିପାରିବ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟୋର ୨୫ଟି ଡଗ୍‌ କ୍ୟାମେରା କିଣାଯିବାର ଯୋଜନା ରହିଛି।

Share