ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ ସଚେତନତା

ପାଟଣାଗଡ, ୨୩ା୪(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ଏବଂ ତୁରେକେଲା ବ୍ଲକର ମାଓବାଦୀ ପ୍ରଭାବିତ ଅଞ୍ଚଳର ବିଭିନ୍ନ ଗ୍ରାମରେ କରୋନା ଭୁତାଣୁକୁ ନେଇ ପୋଷ୍ଟର ମାଧ୍ୟମରେ ସଚେତନତା କରାଯାଇଛି। ତ୍ରିଲିଙ୍ଗେଶ୍ୱର, ଜୁନାନୀବାହାଲ, ରେଙ୍ଗାଲି, ବର୍ତିଆ, ସୁନାମୁଦି, ବୁଢାଛାପର, ମହଖଣ୍ଡ, ସାଲେପାଲି, ପଖନମୁଣ୍ଡା ପ୍ରଭୃତି ଗ୍ରାମରେ ବିଶ୍ୱ ଆରୋଗ୍ୟ ସଚେତନା ସମିତି ତରଫରୁ ଏହିପରି ସଚେତନ କରାଯାଇଛି। ଏହି ପୋଷ୍ଟରରେ ଲେଖାଯାଇଛି ଯେ, ମାଓବାଦୀମାନେ ନିଜ ଜୀବନ ସହିତ ସାଧାରଣ ଲୋକଙ୍କ ଜୀବନକୁ ମଧ୍ୟ ବିପଦକୁ ଠେଲିଦେବାକୁ ବସିଛନ୍ତି। ଗାଁମାନଙ୍କୁ ଯାଇ ସଭା କରିବା ବାହାନାରେ ଲୋକଙ୍କୁ ଡାକି ଏକାଠି କରି ଜୀବନ ପ୍ରତି ବିପଦ ଆଣୁଛନ୍ତି। ଏଥିଯୋଗୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ତେଣୁ ନିଜକୁ ଏବଂ ସମାଜକୁ ବଞ୍ଚାଇବା ପାଇଁ ମାଓବାଦୀଙ୍କୁ ନିଜ ଗ୍ରାମରେ ପୁରାଇ ନଦେବାକୁ ନିବେଦନ କରାଯାାଇଛି।

Share