ମାଓବାଦୀ ମୁକାବିଲାକୁ ଜୋରଦାର କରିବାକୁ ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଡିଆଇଜି

ଚିତ୍ରକୋଣ୍ଡା,୩୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ସମୀକ୍ଷା କରିବା ଲାଗି ଶନିବାର ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ହେଲିକାପ୍ଟର ଯୋଗେ ୮ନଂ ବିଏସ୍‌ଏଫ୍‌ କ୍ୟାମ୍ପରେ ଅବତରଣ କରିଥିଲେ। ସେଠାରେ ସେ ମାଓବାଦୀ ଗତିବିଧି ଉରେ କଡ଼ା ନଜର ରଖିବା ସହ ଦୃଢ଼ ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିଥିଲେ। ଏଥିସହ ଅନ୍ୟ ସମସ୍ତ କାର୍ଯ୍ୟକୁ ସମୀକ୍ଷା କରିଥିଲେ। ଏହି ଆଲୋଚନାରେ ମାଲକାନଗିରି ବିଏସ୍‌ଏଫ୍‌ ଡିଜି ସତବିନ୍ଦର ପାଲ ସିଂ ସିନ୍ଧୁ ଏବଂ ୪ଜଣ କମାଣ୍ଡ ଅଫିସର ଯୋଗଦେଇଥିଲେ।