କୁହାଯାଏ, ମା’ କ୍ଷୀର ଅମୃତ ସମାନ। ଏହା ଶିଶୁକୁ ପୋଷଣ ଦେବା ସହ ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ମା’ କ୍ଷୀର ପିଇଲେ ଶିଶୁର ମସ୍ତିଷ୍କ ତୀବ୍ର ହୋଇଥାଏ। କାଲିଫର୍ନିଆ ୟୁନିଭରସିଟିରେ ହୋଇଥିବା ଏହି ରିସର୍ଚ୍ଚରୁ ଜଣାପଡ଼ିଛି, ମା’ କ୍ଷୀରରେ ମହଜୁଦ ଥିବା କାର୍ବୋହାଇଡ୍ରେଟ୍ ଓଲିଗୋସେକ୍ରାଇଡ୍-୨ ଏଫ୍ଏଲ୍ ଶିଶୁର ବିକାଶରେ ସହାୟକ ହୋଇଥାଏ।
ଉକ୍ତ ରିସର୍ଚ୍ଚ ଟିମ୍ ୫୦ ମା’ଙ୍କୁ ନେଇ ଏକ ପରୀକ୍ଷା କରିଥିଲା। ଏଥିରେ ଯେଉଁମାନେ ଶିଶୁଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ଷୀର ଖୁଆଇଥିଲେ ସେମାନଙ୍କର ମାନସିକ, ତଥା ଶାରୀରିକ ବିକାଶ ହୋଇଥିଲା। ଆଉ ଯେଉଁମାନେ ମା’ କ୍ଷୀରରୁ ବଞ୍ଚିତ ଥିଲେ ସେମାନେ ମାନସିକସ୍ତରରେ ଦୁର୍ବଳ ଥିଲେ। ତେଣୁ ଶିଶୁ ଜନ୍ମ ହେବାଠାରୁ ୬ ମାସ ପର୍ଯ୍ୟନ୍ତ ଅନ୍ୟ କୌଣସି ଖାଦ୍ୟ ନ ଦେଇ କେବଳ ମା’ କ୍ଷୀର ଦେବା ଉଚିତ୍ ବୋଲି ବିଶେଷଜ୍ଞମାନେ କୁହନ୍ତି।