ମାକ୍ସ ପ୍ରସ୍ତୁତ କରି ସୁରକ୍ଷିତ ରହିବାର ବାର୍ତ୍ତା ବାଣ୍ଟୁଛିି ଏସ୍‌ଏଚ୍‌ଜି

ଲୋଇସିଂହା, ୩୦।୩(ଡି.ଏନ.ଏ): ମାରମତ୍କ କରୋନା ଭାଇରସ୍‌ ସଂକ୍ରମ଼ଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କୁଶମେଲ ଗାଁର ମା’ଶକ୍ତିରୂପା ସ୍ବୟଂ ସହାୟକ ଗୋଷ୍ଠୀ ଗତ ୧୩ଦିନ ହେଲା ମାକ୍ସ ତିଆରି କରି ଡାକ୍ତରଖାନା ଓ ବ୍ୟବସାୟୀଙ୍କୁ ଯୋଗାଉଛନ୍ତି। ଜରୁରି କାମରେ ପଦାକୁ ବାହାରିଲା ସମୟରେ ଲୋକେ ସତର୍କତା ଅବଲମ୍ବନ କରି ମାକ୍ସ ପରିଧାନ କଲେ ଆମେ ସୁରକ୍ଷିତ ରହିପାରିବା ବୋଲି ପ୍ରସ୍ତୁତିରେ ନିୟୋଜିତ ସଦସ୍ୟାମାନେ କହିଛନ୍ତି। ସ୍ବାୟଂସହାୟକ ଗୋଷ୍ଠୀର ଇଚ୍ଛାଶକ୍ତି ଦେଖି ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ୱିବେଦୀ ଓ ଲୋଇସିଂହା ସିଡିପିଓ ପ୍ରଜ୍ଞା ବାରିକଙ୍କ ପରାମର୍ଶକ୍ରମେ ଚଳିତ ମାସ ୧୮ତାରିଖରୁ ସେମାନେ ମାକ୍ସ ତିଆରି କରୁଛନ୍ତି। ସପ୍ତାହକ ମଧ୍ୟରେ ୨ ହଜାର ମାକ୍ସ ପ୍ରସ୍ତୁତ କରି ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସ୍ଥାନୀୟ ମେଡିକାଲ ଷ୍ଟୋରକୁ ଯୋଗାଇଥିବା ସଂଘ ସଭାନେତ୍ରୀ ଯଶୋବନ୍ତୀ ସିଂଦେଓ କହିଛନ୍ତି। ଏବେ ୫ଶହ ମାକ୍ସ ପ୍ରସ୍ତୁତ ହୋଇ ଷ୍ଟୋର ରହିଥିବା ସେ କହିଛନ୍ତି। ସଭାନେତ୍ରୀ ବିଦ୍ୟୁତ୍‌ କୁମାରୀ ସିଂଦେଓ, ସୁଷମା ସିଂଦେଓ, ଅଞ୍ଚଳିପ୍ରଭା ସିଂଦେଓ, ମିଥିଳା ସିଂ, ଲକ୍ଷ୍ମୀପ୍ରିୟା ସିଂ, ମୀରା ସିଂ ପ୍ରମୁଖ ସଦସ୍ୟା ମାକ୍ସ ପ୍ରସ୍ତୁତିରେ ଲାଗି ପଡଥିବା ସଂଘ ସମ୍ପାଦିକା ବିଦ୍ୟୁତ୍‌ କୁମାରୀ ସିଂଦେଓ କହିଛନ୍ତି।

Share