ମାଗଣାରେ ଖାଇବାକୁ ବାଂଲାଦେଶ ଆସୁଛନ୍ତି ଭାରତୀୟ: ବୈଦେଶିକ ମନ୍ତ୍ରୀ

ଢାକା,୧୭।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାରି ଭିତରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କର ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡା. ଏ.କେ. ଅବଦ୍ଦୁଲ ମୋମେନ କହିଛନ୍ତି, ଭାରତୀୟମାନେ ଏଠାକୁ ମାଗଣାରେ ଖାଦ୍ୟ ଖାଇବାକୁ ଆସୁଛନ୍ତି। କାରଣ ବାଂଲାଦେଶଠାରୁ ଭାରତର ଅର୍ଥବ୍ୟବସ୍ଥା ଏତେ ସ୍ବଚ୍ଛଳ ନ ଥିବାରୁ ଭାରତୀୟମାନେ ତାଙ୍କ ଦେଶରେ ଅନୁପ୍ରବେଶ କରୁଛନ୍ତି ବୋଲି ସେ କହିଛନ୍ତି। ବାଲାଂଦେଶର ଆର୍ଥିକ ଅବସ୍ଥା ଭଲ ଥିବା ବେଳେ ଏଠାରେ ଲୋକଙ୍କୁ ଚାକିରି ମିଳୁଛି। କେବେଳ ସେତିକି ନୁହେଁ ଗରିବଙ୍କୁ ମଧ୍ୟ ମାଗଣାରେ ଖାଇବାକୁ ମିଳୁଥିବାରୁ ଭାରତୀୟମାନେ ଅବୈଧ ଭାବେ ଏଠାରେ ରହିବାକୁ ବେଶୀ ପସନ୍ଦ କରୁଛନ୍ତି ବୋଲି ମୋମେନ କହିଛନ୍ତି। ଆଉ ଏଥିପାଇଁ କିଛି ଦଲାଲ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଯେଉଁଦେଶର ଲୋକମାନେ ଅବୈଧ ଭାବେ ଏଠାରେ ରହୁଛନ୍ତି ସେମାନଙ୍କୁ ଖୁବ୍‌ଶୀଘ୍ର ବାହାର କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଭାରତ ସରକାର ସବୁବେଳେ କୌଣସି ଅବୈଧ ଶରଣାର୍ଥୀଙ୍କୁ ବାଂଲାଦେଶକୁ ଯିବା ପାଇଁ ବାଧ୍ୟ କରାଯିବ ନାହିଁ କହୁଥିବା ବେଳେ ଏନେଇ ଜବାବ ରଖିଛନ୍ତି ମୋମେନ। ସେ କହିଛନ୍ତି, ଯଦି ଭାରତରେ କୌଣସି ବାଂଲାଦେଶୀ ଅବୈଧ ଭାବେ ରହୁଛନ୍ତି, ତେବେ ତାଙ୍କୁ ସୂଚନା ଦିଆଗଲେ ସେମାନେ ଆଇନ ଅନୁଯାୟୀ ନିଜ ଦେଶକୁ ଫେରାଇନେବେ। ଆହୁରି ମଧ୍ୟ ସେ କହିଛନ୍ତି, ବାଂଲାଦେଶ ଓ ଭାରତ ଭିତରେ ମଧୂର ସମ୍ପର୍କ ରହିଛି। ତେଣୁ ଏଥିରେ ଚିନ୍ତାର କୌଣସି କାରଣ ନାହିଁ।

Share